ଏପ୍ରିଲ ୨୫ରୁ ଖୋଲିବ କେଦାରନାଥ ମନ୍ଦିର

ଶନିବାର ମହାଶିବରାତ୍ରି ଅବସରରେ ଉଖୀମଠରେ ….

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମ କେବେ ଖୋଲିବ, ସେନେଇ ତାରିଖ ଘୋଷଣା ହୋଇଛି । ଶନିବାର ମହାଶିବରାତ୍ରି ଅବସରରେ ଉଖୀମଠରେ ପରମ୍ପରାଗତ ପୂଜାର୍ଚ୍ଚନା ହେବା ପରେ ପଞ୍ଚାଙ୍ଗ ଗଣନା ହେବା ସହିତ କେଦାରନାଥ ମନ୍ଦିରର ଦ୍ୱାର କେବେ ଖୋଲାଯିବ ସେନେଇ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଛି । ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ଦିନ କେଦାରନାଥ ପୀଠ ଖୋଲିବ । ସକାଳ ୬ଟା ବାଜି ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ କେଦାରନାଥ ମନ୍ଦିରର କପାଟ ଖୋଲିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଆରମ୍ଭ ହେବ । ତେଣୁ କେଦାରନାଥରେ ଭକ୍ତଙ୍କ ଗହଳି ବଢିବ ବୋଲି ବି ଅନୁମାନ କରାଯାଉଛି ।