ଦେଶରେ ଦେବାଳିଆ ସ୍ଥିତିରେ ଆଉ ଏକ ଏୟାରଲାଇନ୍ସ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଏୟାରଲାଇନ୍ସକୁ ନେଇ ଦିନକୁ ଦିନ ଖରାପ ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଦେଶରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ପ୍ରକାଶଥାଉକି, ୱାଡିଆ ଗ୍ରୁପର ଏୟାରଲାଇନ୍ ଗୋ ଫାର୍ଷ୍ଟ ମଙ୍ଗଳବାର ଏନସିଏଲଟିରେ ଭଲ୍ୟୁଣ୍ଟାରୀ ଇନସଲଭାନ୍ସି ପ୍ରୋସିଡିଙ୍ଗ ପାଇଁ ଆବେଦନ କରିଛି । ସେହିପରି ଏହାରି ମଧ୍ୟରେ ଗୋ ଫାର୍ଷ୍ଟର ସମସ୍ତ ଉଡାଣ ଆସନ୍ତାକାଲି ଏବଂ ପରଦିନ ଅର୍ଥାତ ୩ ଏବଂ ୪ ମଇ ୨୦୨୩ରେ ରଦ୍ଦ କରି ଦିଆଯାଇଛି । ଗୋ ଫାର୍ଷ୍ଟ ଏୟାରଲାଇନ୍ସ ଡାଇରେକ୍ଟୋରେଟ ଜେନେରାଲ୍ ଅଫ ସିଭିଲ ଆଭିଏସନ (ଡିଜିସିଏ)କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି ।