ଗିରଫ ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ

ଗିରଫ ହେଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟାନ୍‌। ତାଙ୍କୁ ଏନ୍‌ସିବି ଆଜି ଗିରଫ କିରଛି। ପୂର୍ବରୁ ରେଭ୍‌ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା। ଆର୍ଯ୍ୟାନଙ୍କ ସମେତ ୮ ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ।