ବାବର ଶ୍ରେଷ୍ଠ ଦିନିକିଆ ଖେଳାଳି

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ୨୦୨୧ ବର୍ଷ ଲାଗି ଶ୍ରେଷ୍ଠ ଦିନିକିଆ କ୍ରିକେଟ ଆଇସିସି ଘୋଷଣା କରିଛି । ଗତବର୍ଷ ତାଙ୍କ ଦିନିକିଆ ପ୍ରଦର୍ଶନକୁ ଦେଖି ଆଇସିସି ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଛି ।

ସେହିପରି ସେ ଦମଦାର ପ୍ରଦର୍ଶନ ବଳରେ ଅନେକ ତାରକା ଖେଳାଳିଙ୍କୁ ପଛରେ ପକାଇଛନ୍ତି । ବାବର ୬ଟି ଦିନିକିଆ ଖେଳି ୬୭.୫୦ ହାରରେ ୪୦୫ ରନ କରିଥିଲେ । ଯେଉଁଥିରେ ଦୁଇଟି ଶତକ ସାମିଲ ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨-୧ରେ ପାକିସ୍ତାନ ସିରିଜ ଜିତିଥିବା ବେଳେ ବାବର ଏକାକି ୨୨୮ ରନ କରିଥିଲେ ।