ଦଶମ-ଦ୍ୱାଦଶ ପରୀକ୍ଷା ଅଫଲାଇନରେ ହେବ

ଭୁବନେଶ୍ୱର : ଦଶମ-ଦ୍ୱାଦଶ ପରୀକ୍ଷା ଅଫଲାଇନରେ ହେବ । ସେହିପରି ପରୀକ୍ଷା କିଭଳି ସଠିକ୍‌ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ । କହିବାକୁ ଗଲେ ରାଜ୍ୟରେ କୋଭିଡ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିବା ସହ ସ୍ଥିତିରେ ସୁଧାର ଆସୁଛି ।

ସେହିପରି ସେ କହିଛନ୍ତି ଯେ, ପିଲାମାନେ ପାଠ ପଢନ୍ତୁ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଦ୍ୱନ୍ଦ ଲାଗିରହିଥିଲା । କିନ୍ତୁ ଏସବୁ ଦୂର କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।