ଶପଥ ଗ୍ରହଣ କଲେ ନୀତୀଶଙ୍କ ୧୪ ଜଣିଆ ମନ୍ତ୍ରିମଣ୍ଡଳ

ପାଟ୍‌ନା: ଆଜି ନୀତୀଶ କୁମାରଙ୍କ ୧୪ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳର ସମସ୍ତଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବାପରେ ମେଣ୍ଟ ଅଂଶୀଦାର  ଜନତା ଦଳ- ୟୁନାଇଟେଡ୍ (ଜେଡି-ୟୁ) ମୁଖ୍ୟ ନୀତୀଶ କୁମାର ସୋମବାର  ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ସିଂ ଏବଂ ରେଣୁ ଦେବୀ ଶପଥ ନେଇଥିଲେ।ନିମ୍ନରେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ନାମ ଓ ବିଭାଗ ସଂପର୍କରେ ସୂଚନା ଦିଆଗଲା।

ଆସନ୍ତୁ ଜାଣିବା  କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଯାଇଛି-:

#ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଗୃହ, ସାଧାରଣ ପ୍ରଶାସନ, କ୍ୟାବିନେଟ୍, ଭିଜିଲାନ୍ସ, ନିର୍ବାଚନ ଏବଂ ଅନ୍ୟ ସମସ୍ତ ବିଭାଗ, ଯାହା କୌଣସି ମନ୍ତ୍ରୀଙ୍କୁ ବଣ୍ଟନ କରାଯାଇ ନାହିଁ।

#ତାରକିଶୋର ପ୍ରସାଦ ସିଂ:  ଅର୍ଥ, ବାଣିଜ୍ୟିକ କର, ପରିବେଶ ଏବଂ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟାୟ ପରିଚାଳନା, ସହରୀ ବିକାଶ।

#ରେଣୁ ଦେବୀ – ପଞ୍ଚାୟତିରାଜ, ପଛୁଆ ଜାତିର ଉନ୍ନତି ଏବଂ ଇବିସି କଲ୍ୟାଣ, ଶିଳ୍ପ।

#ବିଜୟ ଚୌଧୁରୀ – ଗ୍ରାମୀଣ ଇଞ୍ଜିନିୟରିଂ , ଗ୍ରାମ୍ୟ ଉନ୍ନୟନ , ଜଳ ସମ୍ପଦ, ସୂଚନା ଏବଂ ପ୍ରସାରଣ, ସଂସଦୀୟ କାର୍ଯ୍ୟ।

#ବିଜେନ୍ଦ୍ର ଯାଦବ – ଶକ୍ତି, ଯୋଜନା, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର।

#ମେୱା ଲାଲ ଚୌଧୁରୀ – ଶିକ୍ଷା।

#ଶିଲା କୁମାରୀ – ପରିବହନ।

#ସନ୍ତୋଷ ମାଞ୍ଜୀ – କ୍ଷୁଦ୍ର ଜଳସେଚନ, ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି କଲ୍ୟାଣ।

#ମୁକେଶ ସାହନୀ – ପଶୁପାଳନ ଏବଂ ମତ୍ସ୍ୟଚାଷ।

#ମଙ୍ଗଲ ପାଣ୍ଡେ – ସ୍ୱାସ୍ଥ୍ୟ, ସଡକ ଏବଂ କଳା ଓ ସଂସ୍କୃତି।

#ଅମରେନ୍ଦ୍ର ସିଂ – କୃଷି, ସମବାୟ ସମିତି।

#ରାମପ୍ରୀତ୍ ସିଂ -ଜନସ୍ବାସ୍ଥ୍ୟ

#ଜୀବେଶ କୁମାର– ପର୍ଯ୍ୟଟନ, ଶ୍ରମ ଓ ଖଣି

#ରାମ ସୂରତ– ରାଜସ୍ବ ଓ ଆଇନ