ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ ଅନୁମୋଦନ

ପୁରୀ (ଏସ୍ ନ୍ୟୁଜ) : ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟକୁ ମିଳିଲା ଅନୁମୋଦନ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଶ୍ରୀମନ୍ଦିରର ବ୍ୟୟ ବଢ଼ିଥିବା ବେଳେ ଆୟ ଅନେକ କମି ଯାଇଛି। ଆୟ ବୃଦ୍ଧି ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯିବ।”ସେପଟେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି-“ଦର୍ଶନ ପ୍ରସ୍ତୁତି ଓ ରୂପରେଖ ନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ରହିଛନ୍ତି। କାହାକୁ, କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ, କମିଟି ନିଷ୍ପତ୍ତି ନେବ। ଏ ସଂପର୍କରେ ପରିଚାଳନା କମିଟି ଛତିଶା ନିଯୋଗ ସହ ବି କଥା ହେବ। ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୧ ମାସ ସମୟ ଲାଗିବ। ସମସ୍ତ ପ୍ରସ୍ତୁତି ସରିଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ରାଜ୍ୟ ସରକାର ଯେବେ ଅନୁମତି ଦେବେ, ସାଧାରଣ ଦର୍ଶନ ଆରମ୍ଭ ହେବ।”