ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବନିବେ ନୀତୀଶ କୁମାର । ବିହାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଜନମତ ସର୍ଭେର ଫଳାଫଳ ଅନୁସାରେ ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଥିଲା । ନିର୍ବାଚନରେ ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବା ପାଇଁ ମିଳିଲା । ହେଲେ ଶେଷରେ ଏନ୍‌ଡିଏ ପିନ୍ଧିଲା ବିଜୟ ମୁକୁଟ । ୧୨୫ଟି ଆସନରେ ଏନଡିଏ ବିଜୟ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୧୨୫ଟି ଆସନରୁ ବିଜେପି ୭୪ଟି ଏବଂ ଜେଡିୟୁ ୪୩ଟି ଆସନରେ ବିଜୟ ହାସଲ କରିଥିଲେ ମଧ୍ୟ ବିହାରରେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବେ ନୀତୀଶ କୁମାର। ‌ଏ ନେଇ ବିଜେପି ପୂର୍ବରୁ ସ୍ପଷ୍ଟ କରି ସାରିଛି।

ତେବେ ଏନଡିଏ ୧୨୫ଟି ଆସନରେ ଜିତିଥିବା ବେଳେ ଆରଜେଡି ୧୧୦ଟି ଆସନରେ ଜିତିଛି। ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ, ଏଥର ନୀତୀଶଙ୍କ ଜେଡିୟୁ ଆସନ ସଂଖ୍ୟା କମିଥିବା ବେଳେ ‌ବିଜେପି ଆସନ ସଂଖ୍ୟା ବଢ଼ିଛି। ୭୬ଟି ଆସନ ସହିତ ଆରଜେଡି ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛି ବିଜେପି (୭୩), ଜେଡିୟୁ (୪୩) ଏବଂ କଂଗ୍ରେସ(୧୯)। ଅନ୍ୟପକ୍ଷରେ ବିଜେପି ମେଣ୍ଟକୁ ୧୨୫ଟି ଆସନ ମିଳିଥିବାରୁ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ଜେଡିୟୁ। ଏହାର ନେତା ନୀତୀଶ କୁମାର ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଉଭୟ ବିଜେପି ଏବଂ ଜେଡିୟୁ ଘୋଷଣା କରିଛନ୍ତି।