ଆପ୍ ନେତା ସଂଜୟ ସିଂ କହିଛନ୍ତି ବିଜେପି ‘ଅପରେସନ୍ ସିନ୍ଦୁର’କୁ ମାର୍କେଟିଂ କରୁଛି । ‘ଅପରେସନ୍ ସିନ୍ଦୁର’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଶିଳ୍ପପତି ଅମ୍ବାନୀ ଘୋଷଣା କରି ସାରିଲେଣି । ତା’ ସହିତ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପରେସନ୍ ସିନ୍ଦୁର’କୁ ପ୍ରଧାନ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।