ରାହୁଲଙ୍କ ନା’ରେ ବିଜେପିର ରାଜଦ୍ରୋହ ମାମଲା

ଗୁଆହାଟୀ : ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ବୟାନ ସମୟ କ୍ରମେ ଏହା ଅଧିକ ଭାଇରାଲ ହେବାରେ ଲାଗିଥାଏ । କଂଗ୍ରେସର ବରିଷ୍ଠ ନେତା ରାହୁଳ ଗାନ୍ଧୀ ଏକ ଟୁଇଟ୍ କରି ଫସିଯାଇଛନ୍ତି । ତାଙ୍କର ଏହି ଟୁଇଟ୍ କାରଣରୁ ଭାରତୀୟ ଜନତା ପାର୍ଟି ରାଜଦ୍ରୋହର ୧୦୦୦ ମାମଲା ରୁଜୁ କରାଇବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।

ସୂଚନାଯୋଗ୍ୟ, ରାହୁଳ ଗାନ୍ଧୀ ନିଜର ଟୁଇଟ୍ ମାଧ୍ୟମରେ କେନ୍ଦ୍ରର ମୋଦୀ ସରକାର ସମେତ ବିଜେପି ଉପରେ ଟାର୍ଗେଟ କରିଥିଲେ । କିନ୍ତୁ ଏବେ ସେ ଏହି ଟୁଇଟ କାରଣରୁ ଫସି ଯାଇଛନ୍ତି। ତାଙ୍କର ଏହି ଟୁଇଟ ଯୋଗୁଁ ଆଜି ଆସାମ ବିଜେପି ଦ୍ୱାରା ଅତିକମରେ ୧ ହଜାର ରାଜଦ୍ରୋହ ମାମଲା ରୁଜୁ କରାଯିବ ।