ଡିଜିଟାଲ ଷ୍ଟ୍ରାଇକ୍: ୫୪ଟି ଚାଇନିଜ ଆପ୍ ବ୍ୟାନ୍

ନୂଆଦିଲ୍ଲୀ : ଭାରତ ସରକାର ଆଉ ୫୪ଟି ଚାଇନିଜ ଆପ୍‌କୁ ବ୍ୟାନ କରିଛନ୍ତି। ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକର ଅଫିସିଆଲ୍ ଲିଷ୍ଟ୍ ଜାରି ହୋଇନାହିଁ । ୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍‌କୁ ବ୍ୟାନ୍ କରାଯାଇଥିଲା ।

ଏହି ଆପ୍ ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଗରୀନା ଫ୍ରି ଫାୟାର୍ ଗେମ୍ ବି ସାମିଲ ରହିଛି । କାହିଁକି ନା ପୂର୍ବରୁ ମଧ୍ୟ ଏହି ଆପ୍‌କୁ ଗୁଗଲ୍ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଥିଲା । ତେଣୁ ଏହି ଗେମ୍ ଏହି ୫୪ ତାଲିକାରେ ସାମିଲ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ୫୪ଟି ଆପ୍‌କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୨୦ଟି ଆପ୍‌କୁ ବ୍ୟାନ୍ କରାଗଲାଣି ।

ସୂଚନାଯୋଗ୍ୟ, ଭାରତ ସରକାର ଦେଶରୁ ଟିକଟକ୍ ଓ ପବଜି ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଆପ୍ କୁ ବ୍ୟାନ୍ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ପବଜି ଭାରତକୁ ପୁଣି ଫେରିଥିଲା । ୧୨ ଫେବୃଆରୀରୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରୁ ଗରୀନା ଫ୍ରି ଫାୟାର ଗେମ୍‌କୁ ହଟାଇ ଦିଆଯାଇଥିଲା। ତେବେ ଏହି ଗେମ୍‌ ମଧ୍ୟ ଏହି ଲିଷ୍ଟରେ ସାମିଲ ଥାଇପାରେ ବୋଲି ଆକଳନ କରାଯାଉଛି।