ଶେଷରେ ପଦ୍ମ ଧରିଲେ କ୍ୟାପଟେନ ଅମରିନ୍ଦର

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମଧ୍ୟ ଆଜି ବୈଠକ କରିଥିଲେ…..

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଅଧ୍ୟକ୍ଷ କ୍ୟାପଟେନ୍‌ ଅମରିନ୍ଦର ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆଉ ତାଙ୍କ ପାର୍ଟି ପିଏଲସି ମଧ୍ୟ ବିଜେପିରେ ବିଲୟ ହୋଇଛି । ଏହି ସମୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଆଇନ ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, କ୍ୟାପଟେନ ଅମରିନ୍ଦର ସିଂହ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମଧ୍ୟ ଆଜି ବୈଠକ କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ କଂଗ୍ରେସ ଉପରେ ରାଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପିଏଲସି ଗଠନ କରିଥିଲେ ।