ଅଷ୍ଟ୍ରେଲିଆ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ କୋହଲି: କମିନ୍ସ

ଏହା ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି ଟି-୨୦ ସିରିଜ……

ନୂଆଦିଲ୍ଲୀ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏହା ପୂର୍ବରୁ ପ୍ରାୟ ସମସ୍ତ ଦଳ ସ୍କ୍ୱାଡ ତାଲିକା ଘୋଷଣା କରିସାରିଲେଣି । ବିଶ୍ୱକପ ଟାଇଟଲ ହାତେଇବା ପାଇଁ ଭାରତକୁ ପ୍ରମୁଖ ଦାବିଦାର ଭାବେ ପରିଗଣିତ କରୁଛନ୍ତି ଅନେକ ପୂର୍ବତନ କ୍ରିକେଟର । ଏହା ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି ଟି-୨୦ ସିରିଜ । ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ନେଇ ବଡ ବୟାନ ଦେଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ ।

କମିନ୍ସ କହିଛନ୍ତି ଟି-୨୦ ସିରିଜରେ ବିରାଟ କୋହଲି ଅଷ୍ଟ୍ରେଲିଆ ପାଇଁ ବଡ ଚ୍ୟାଲେଞ୍ଜ ହେବେ ।କୋହଲି ଫର୍ମକୁ ଫେରିବାକୁ ନେଇ ଗଣମାଧ୍ୟମର ଏକ ପ୍ରଶ୍ନରେ କମିନ୍ସ କହିଛନ୍ତି, ମୁଁ ଏସିଆ କପ ଦେଖିନାହିଁ । କିନ୍ତୁ ପରେ ଶୁଣିବାକୁ ପାଇଲି ଯେ, କୋହଲି ଦମଦାର ଶତକ ହାସଲ କରିଛନ୍ତି । ଆଉ ବିରାଟ କୋହଲି ହିଁ ଆମ ପାଇଁ ବଡ ଚ୍ୟାଲେଞ୍ଜ ହେବେ ।