ପୁଣି ବଢ଼ିଲା ଆୟକର ରିଟର୍ଣ୍ଣର ଅବଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଫାଇଲର ଅବଧିକୁ ବୃଦ୍ଧି କରିଛନ୍ତି। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଆୟକର ପୈଠ କରିବାକୁ ଥିବା ଲୋକ ଓ ସଂସ୍ଥା ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ଏହାକୁ ଦାଖଲ କରିପାରିବେ। କରୋନା ସଙ୍କଟ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପୂର୍ବରୁ ଆୟକର ରିଟର୍ଣ୍ଣର ଶେଷ ତାରିଖ ଜୁଲାଇ ୩୧ ଯାଏ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଏହାକୁ ବୃଦ୍ଧି କରାଯାଇ ନଭେମ୍ବର ୩୦ କରାଯାଇଥିଲା। ହେଲେ ଆଜି ପୁଣିଥରେ ଏହାକୁ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି।