ଭାରତକୁ ଡ୍ରାଗନ୍‌ ଡ୍ରୋନ୍‌ ଦେଖାଉଛି ଚୀନ୍‌

ତିବ୍‌ବତ୍‌ ମାଟିରୁ ହମ୍‌ଲା କରିବା ମୁଡ୍‌ରେ…..

ନୂଆଦିଲ୍ଲୀ: ଡିସେମ୍ବର ୯ ତାରିଖରେ ଭାରତୀୟ ଯବାନଙ୍କ ସହିତ ହାତାହାତି ହେବା ପରଠାରୁ ଭାରତ-ଚୀନ ମଧ୍ୟରେ ବାକ୍ୟଯୁଦ୍ଧ ଓ ଛକାଛକି ଆରମ୍ଭ ହୋଇଯ।।ଇଛି । ସୀମାନ୍ତ ନିକଟ ଚୀନ ବାୟୁସେନା ଘାଟି ଚଳଚଂଚଳ ହୋଇଛି । ସେଠାରେ ଅଧିକ ସଂଖ୍ୟକ ଡ୍ରୋନ୍‌ ଓ ଲଢୁଆ ଜେଟ୍‌ ମୁତୟନ କରାଯାଇଛି । ଉପଗ୍ରହରୁ ଉଠା ଯାଇଥିବା ଫଟୋରୁ ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପ ସ୍ପଷ୍ଟ ହୋଇଛି ।ସୂଚନା ମୁତାବକ ଚୀନ ବୈଙ୍ଗଡ଼ା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ୍‌ ଡ୍ରୋନ୍‌ ମୁତୟନ କରିଛି ।

ଅରୁଣାଚଳ ପ୍ରଦେଶ ସୀମାନ୍ତ ନିକଟରୁ ମାତ୍ର ୧୫୦ କିମି ଦୂରତାରେ ରହିଛି ଚୀନର ବୈଙ୍ଗଡ଼ା ବିମାନ ଘାଟି । ଭାରତୀୟ ବାୟୁସେନା ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଯୁଦ୍ଧାଭ୍ୟାସ କରିଥିଲା । ଡିସେମ୍ବର ୧୧ ତାରିଖରେ ଆମେରିକା ପ୍ରତିରକ୍ଷା ୱେବସାଇଟରେ ଉପଗ୍ରହରୁ ଉଠା ଯାଇଥିବା ଫଟୋ ଜାରି କରିଥିଲା । ଉକ୍ତ ଫଟୋରେ ତିବ୍‌ବତର ଶିଗାତ୍ସୋ ପିସ୍‌ ବିମାନ ଘାଟିରେ ଚୀନର ୧୦ଟି ଲଢୁଆ ଜେଟ୍‌ ଓ ୭ଟି ଡ୍ରୋନ୍‌ ଠିଆ ହୋଇଥିଲା ।

ତିବ୍‌ବତର ନିଙ୍ଗଚୀ, ଶିଗତ୍ସେ ଓ ନାଗରୀରେ ଚୀନର ୫ଟି ବିମାନ ଘାଟି ରହିଛି ଯାହା ଭାରତ-ନେପାଳ ସୀମାନ୍ତ ନିକଟରେ ଅବସ୍ଥିତ । ଗତବର୍ଷ ଚୀନ୍‌ ଅରୁଣାଚଳ ସୀମାନ୍ତ ନିକଟ ଲାହସାରୁ ନିଙ୍ଗଚୀ ପର୍ଯ୍ୟନ୍ତ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ଉପଗ୍ରହ ଫଟୋରୁ ସୋରିଙ୍ଗ ଡ୍ରାଗନ୍‌ ଡ୍ରୋନକୁ ବାଦ ଦେଲେ, ଅସ୍ଥାୟୀ ବିମାନ ରହଣି ସ୍ଥଳ ଦେଖିବାକୁ ମିଳୁଛି । ୨୦୨୧ରେ କାର୍ଯ୍ୟକ୍ଷମ ସୋରିଙ୍ଗ ଡ୍ରାଗନ୍‌ ଡ୍ରୋନ୍‌ ଗୋପନରେ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହିତ ଆକ୍ରମଣ କରିବାର ଦକ୍ଷତା ରଖିଛି ।

ଉକ୍ତ ଡ୍ରୋନ୍‌ କ୍ରମାଗତ ୧୦ ଘଂଟା ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଛି । ସୋରିଙ୍ଗ ଡ୍ରୋନକୁ ମୁକାବିଲା କରିବା ଭଳି ଡ୍ରୋନ୍‌ ଭାରତ ପାଖରେ ନାହିଁ । ପୂର୍ବତନ ଫାଇଟର ପାଇଲଟ୍‌ ସମୀର ଜୋଷୀଙ୍କ ମତରେ ଚୀନ ଉତର-ପୂର୍ବ ମ୍ୟାକ୍‌ ମୋହନ୍‌ ଲାଇନ୍‌ ନିକଟରେ ବଡ଼ ଧରଣର ନେଟୱାର୍କ ଚାଲିଛି ଯାହା ଭାରତୀୟ ସେନାବାହିନୀର ବାସ୍ତବିକ ସ୍ଥିତି ଆକଳନ କରିପାରିବ । ତବାଙ୍ଗରେ ଭାରତୀୟ ସେନା ସହିତ ହାତାହାତି ହେବାର ପାଂଚଦିନ ପରେ ବୈ÷ଙ୍ଗଡ଼ା ବିମାନ ଘାଟିରେ ଲଢୁଆ ଜେଟ୍‌ ଦେଖିବାକୁ ମିଳିଛି । ତିବ୍‌ବତ ମାଟିରୁ ଭାରତକୁ ହମ୍‌ଲା କରିବା ପାଇଁ ଚୀନ ପୁରାଦମରେ ଲାଗିପଡ଼ିଛି ।