ଖାରଜ ହେଲା ଅର୍ଚ୍ଚନାଙ୍କ ରିମାଣ୍ଡ ଆବେଦନ, ଜେଲ ଯିବେ ଅର୍ଚ୍ଚନା

ଭୁବନେଶ୍ୱର: ଜେଲ ଯିବେ ଅର୍ଚ୍ଚନା । ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲେ ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି । ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନାହାନ୍ତି ଓ ପଚରାଉଚରାବେଳେ ଅର୍ଚ୍ଚନା ଉତ୍ତର ଠିକରେ ଦେଉନଥିବା ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଥିଲା ।

ଯାହା ଆଧାରରେ ପୁଣି ୨ ଦିନ ରିମାଣ୍ଡରେ ନେବା ପାଇଁ ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ଅର୍ଚ୍ଚନାଙ୍କ ଓକିଲ ଏହାକୁ ବିରୋଧ କରିଥିଲେ।  ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ତଦନ୍ତ ସମୟରେ ଇଡିକୁ ସହଯୋଗ କରୁଥିବା କହିଥିଲେ ଅର୍ଚ୍ଚନାଙ୍କ ଓକିଲ। ଆଉ କୋର୍ଟ ଇଡି ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ ଖାରଜ କରିଦେଇଥିଲେ |