ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ୍

ବାରବାଟୀ ଦୁର୍ଗ ପରି ଷ୍ଟେସନ୍ର ପୁନଃସୌନ୍ଦର୍ଯ୍ୟକରଣ

କଟକ: ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ୍ । ବାରବାଟୀ ଦୁର୍ଗ ପରି ଷ୍ଟେସନ୍ର ପୁନଃସୌନ୍ଦର୍ଯ୍ୟକରଣ କରାଯିବ । କଟକ ଷ୍ଟେସନ୍ର ନୂଆ ନକ୍ସାକୁ ଚୂଡାନ୍ତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ 

କଟକ ରେଳ ଷ୍ଟେସନର ପୁନଃନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଆଉ ସେହି ଡିଜାଇନକୁ ଟ୍ୱିଟ୍ କରି ଜନସାଧାରଣଙ୍କ ମତାମତ ଚାହିଁଥିଲେ । ଅଶ୍ୱିନୀ ବୈଷ୍ଣବଙ୍କ ଏହି ଡିଜାଇନକୁ ୭୪ ପ୍ରତିଶତରୁ ଅଧିକ ଜନସମର୍ଥନ ମିଳିଥିଲା । ଲୋକଙ୍କ ମୂଲ୍ୟାୟନ ଓ ବିପୁଳ ସମର୍ଥନକୁ ଆଧାର କରି ରେଳମନ୍ତ୍ରୀ ସେହି ପ୍ରସ୍ତାବିତ ଡିଜାଇନକୁ ଚୂଡାନ୍ତ କରିଛନ୍ତି ।