ହକି ବିଶ୍ୱ କପ୍ ୨୦୨୩: ଆଜିଠୁ ବିଶ୍ୱକପ୍‌ ହକି ପାଇଁ ମିଳିବ ଅଫଲାଇନ୍‌ ଟିକେଟ୍‌

ଆଜିଠୁ ଏଫଆଇଏଚ ପୁରୁଷ ହକି ବିଶ୍ବକପ୍‌ ପାଇଁ ଅଫ୍‌ଲାଇନ୍ ଟିକେଟ ବିକ୍ରି….

ଭୁବନେଶ୍ବର: ଆଜିଠୁ ଏଫଆଇଏଚ ପୁରୁଷ ହକି ବିଶ୍ବକପ୍‌ ପାଇଁ ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଅଫ୍‌ଲାଇନ୍‌ରେ ଟିକେଟ ମିଳିବା ନେଇ ସୂଚନା ଦିଆଯାଇଛି। ଉଭୟ ଭୁବନେଶ୍ବର ଓ ରାଉରକେଲା ଷ୍ଟାଡିୟମରେ ଟିକେଟ ବିକ୍ରି ଆରମ୍ଭ କରାଯିବ । କଳିଙ୍ଗ ଷ୍ଟାଡିୟମ୍‌ରେ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି।

ସେହିଭଳି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦, ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟରେ ହକି ଟିକେଟ‌ ମିଳିବାକୁ ଥିବା ବେଳେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୨ ଓ ୬ ନମ୍ବର ଗେଟରେ ଦର୍ଶକ ଟିକେଟ କିଣିପାରିବେ । ହେଲେ କେତେ ପରିମାଣର ଟିକେଟ ବିକ୍ରି କରାଯିବ ସେ ନେଇ ସୂଚନା ଦିଆଯାଇନାହିଁ ।

ଅପରପକ୍ଷରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦, ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫଆଇଏଚ ପୁରୁଷ ହକି ବିଶ୍ବକପ୍‌। ଏହା ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।