ବକ୍ସ ଅଫିସରେ ଧମାଲ ମଚାଉଛି ଫିଲ୍ମ ଅବତାର ୨

ବକ୍ସ ଅଫିସରେ ରାଜ୍ କରୁଛି ହଲିଉଡ ଫିଲ୍ମ…

ମୁମ୍ବାଇ: ବକ୍ସ ଅଫିସରେ ରାଜ୍ କରୁଛି ହଲିଉଡ ଫିଲ୍ମ ‘ଅବତାର ଦି ୱେ ଅଫ୍ ୱାଟର’ । ଫିଲ୍ମଟି ୨ ଦିନରେ ୧୦୦ କୋଟି ଟଙ୍କାର ରୋଜଗାର କରିଛି । ସେହିପରି ବିଶ୍ୱସ୍ତରାରେ ଏହା ୧୫ଶହ କୋଟିର ବ୍ୟବସାୟ କରି ରେକର୍ଡ କରିଛି ।  ୨୦୦୯ ମସିହାରେ ଅବତାର ପାର୍ଟ ୱାନ ରିଲିଜ୍ ହେଇଥିଲା । ଏହାର ଠିକ୍ ୧୩ ବର୍ଷ ପରେ ପୁଣି ଥରେ ନୂଆ ରୂପରେ ଦର୍ଶକଙ୍କ ନିକଟକୁ ଫେରିଛି ଅବତାର-ଟୁ । ରିଲିଜ ହେବାର ପ୍ରଥମ ଦିନରୁ ହିଁ ରେକର୍ଡ ସ୍ତରର ବ୍ୟବସାୟ କରିବାକୁ ସଫଳ ହେଇଛି । ରିଲିଜ ହୋଇଥିବା ହଲ ଗୁଡିକରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ସମସ୍ତ ସିନେମା ହଲ ଗୁଡିକରେ ହାଉସଫୁଲ ସୋ ଚାଲିଛି । ଖାଲି ସେତିକି ନୁହେଁ ଆଡଭାନ୍ସ ଟିକେଟ ବୋକିଂରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି ଏହି ସିନେମା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କେମ୍ରୋନ । ୨୫୦ ମିଲିୟନ ଡଲାର ବଜେଟ୍ରେ ନିର୍ମିତ ହୋଇଛି ଏହି ସିନେମା । ଏଥିରେ ଜବରଦସ୍ତ ଆନିମେସନ, ଭିଏଫଏକ୍ସ ରହିଛି ।