ଜାଡରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରବଳ ଜାଡ ସହ ଶୀତ ଲହରୀ। କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତ ପ୍ରକୋପ ବଢିଛି। ଆଭ୍ୟନ୍ତର ଓଡିଶାର କିଛି ଜାଗାରେ ତାପମାତ୍ରା ୩/୪ ଡିଗ୍ରୀ ହ୍ରାସ ହୋଇଥିବା ନେଇ ରେକର୍ଡ କରାଯାଇଛି। ଚଳିତ ଶୀତ ଋତୁରେ ୫ ଡିଗ୍ରୀ ରାତି ତାପମାତ୍ରା ସହ ପ୍ରଥମ ଥର ପାଇଁ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଜି ଉଦୟଗିରି ୫ , ସେମିଳିଗୁଡା ୭, କେନ୍ଦୁଝର ୭.୬, ଚିପିଲିମା ୭.୬, ଫୁଲବାଣୀ ୮, ଝାରସୁଗୁଡା ୮.୨, ସୁନ୍ଦରଗଡ ୮.୫, କୋରାପୁଟ ୯, ଦାରିଙ୍ଗିବାଡି ୯, ଭୁବନେଶ୍ୱର ୧୩ ଓ କଟକରେ ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ସ୍ୱାଭାବିକ ଠାରୁ ରାତି ତାପାମାତ୍ରା ୩ ରୁ ୪ ଡିଗ୍ରୀ କମ୍‌‌ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।