ଚୀନ ଜନସଂଖ୍ୟାକୁ ଟପିପାରେ ଭାରତ !

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳନ ବିଶ୍ୱ ଜନସଂଖ୍ୟା ଦିବସ । ତେବେ ଭାରତର ଅହେତୁକ ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇଛି । ଏବେ ବିଶ୍ୱର ଜନସଂଖ୍ୟା ୭୭୯ କୋଟି ରହିଛି । ତା ମଧ୍ୟରୁ କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହା ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଅତିକ୍ରମ କରିପାରେ ଭାରତ । ୨୦୨୦ରେ ବିଶ୍ୱର ଜନସଂଖ୍ୟା ୭୭୯ କୋଟି ଥିବାବେଳେ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ବିଶ୍ୱ ଜନସଂଖ୍ୟାର ଏହା ହେଉଛି ୧୭.୭ ପ୍ରତିଶତ । ଚୀନର ମୋଟ ଜନସଂଖ୍ୟା ୧୪୧ କୋଟି ରହିଛି । ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟା ଠାରୁ ଟପିପାରେ ଭାରତ । ମୋଟ୍‌ ଜନସଂଖ୍ୟାର ୫୦ ପ୍ରତିଶତ ୨୯ ବର୍ଷରୁ କମ୍‌ ବୟସର ରହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଭାରତରେ ଗତବର୍ଷ ୨କୋଟି ୭୦ ଲକ୍ଷ ଲୋକଙ୍କୁ ନିଜ ଜୀବିକା ହରାଇବାକୁ ପଡିଥିଲା । ଲକଡାଉନ, ସଟଡାଉନ ଆଦି ଯୋଗୁ ବନ୍ଦ ହୋଇଯାଇଥିଲା କଳକାରଖାନା, ଅଫିସ । ସେପଟେ ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପାଇ ଦୁଇ ସନ୍ତାନ ନୀତି ଆପଣାଇବା ଦିଗରେ ଆଗେଇଛନ୍ତି ଉତ୍ତରପ୍ରଦେଶ ଓ ଆସାମ ସରକାର । ପ୍ରତ୍ୟେକ ରାଜ୍ୟ ଏହି ନୀତି ଆପଣାଇବାକୁ ଅପିଲ କରିଛନ୍ତି ବିଶେଷଜ୍ଞ । ସେପଟେ ଜନସଂଖ୍ୟା ବୃଦ୍ଧି ସହ ବଢିଚାଲିଛି କ୍ଷୁଧାର ରାଜ୍‌ । ବିଶ୍ୱରେ ପ୍ରତି ମିନିଟରେ କ୍ଷୁଧାରେ ପ୍ରାଣ ହରାଉଛନ୍ତି ୧୧ ଜଣ । କରୋନାଠାରୁ ବି ଭୟଙ୍କର ସାଜିଛି କ୍ଷୁଧା । କରୋନାରେ ପ୍ରତି ମିନଟରେ ୭ଜଣ ପ୍ରାଣ ହରାଉଥିବାବେଳେ କ୍ଷୁଧାରେ ୧୧ ଜଣ ପ୍ରାଣ ହରାଉଛନ୍ତି । ବର୍ତ୍ତମାନ ବିଶ୍ୱରେ ୧୫ କୋଟି ୫୦ ଲକ୍ଷ ଲୋକ ଖାଦ୍ୟ ନିରପତ୍ତାରୁ ବଞ୍ଚିତ ହୋଇଛନ୍ତି ।