ଆଇନଜୀବୀଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା

ସଚିନଙ୍କ ଭଳି କ୍ରିକେଟିୟର ବ୍ୟାଟ୍‌ ବିନା..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଖଣ୍ଡପୀଠ ଜଣେ ଆଇନଜୀବୀଙ୍କୁ କ୍ରିକେଟିୟର ସଚିନ୍‌ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି । ଘଟଣାର ପୃଷ୍ଠଭୂମି ହେଉଛି, ଜଣେ ଅ।।ଇନଜୀବୀ ହାତରେ କେସ୍‌ ଫାଇଲ ନଧରି ଖଣ୍ଡପୀଠରେ ହାଜର ହେବାରୁ ତାଙ୍କୁ ଅଦାଲତରୁ ଲଘୁ ଟିପ୍ପଣୀ ଶୁଣିବାକୁ ପଡ଼ିଥିଲା ।

ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଆଇନଜୀବୀଙ୍କୁ କହିଥିଲେ, ଆପଣ କେସ୍‌ ଫାଇଲ ବିନା ବିଚାର କକ୍ଷକୁ ପ୍ରବେଶ କରିବା ଅର୍ଥ ବିନା ବ୍ୟାଟରେ ସଚିନ ତେନ୍ଦୁଲକର ପଡ଼ିଆରେ ପ୍ରବେଶ କରିବା । ଆଇନଜୀବୀଙ୍କ ହାତକୁ କେସ୍‌ ଫାଇଲ ଶୋଭନୀୟ । ଆପଣ ହାତରେ ଫାଇଲ୍‌ ନାହିଁ, ବିଚାର କକ୍ଷକୁ ପ୍ରବେଶ କରି ମାମଲା ପରିଚାଳନା କରିବେ କିପରି?

ସଚିନଙ୍କ ଭଳି କ୍ରିକେଟିୟର ବ୍ୟାଟ୍‌ ବିନା ପଡ଼ିଆରେ କମାଲ ଦେଖାଇ ପାରିବେ ନାହିଁ । ବ୍ୟାଟ୍‌ ପାଇଁ ସଚିନ୍‌ ସାରା ଦୁନିଆରେ ପରିଚିତ । ବ୍ୟାଟ୍‌ ବିନା ସଚିନଙ୍କ ପରିଚୟ ଶୂନ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସଂପୃକ୍ତ ଆଇନଜୀବୀଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ସଚିନଙ୍କ ଉଦାହରଣ ଦେଇ ନଥିଲେ ବରଂ ଆଇନଜୀବୀଙ୍କ ହାତରେ କେସ୍‌ ଫାଇଲ ଓ କ୍ରିକେଟିୟରଙ୍କ ହାତରେ ବ୍ୟାଟ୍‌ ସର୍ବାଦୌ ଗ୍ରହଣୀୟ ବୋଲି ମନେ ପକାଇ ଦେଇଥିଲେ ।