ଦେଶରେ ୮୬,୫୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୮୬ ହଜାର ୫୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୧୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ସଂଖ୍ୟା ୫୭,୩୨,୫୧୮ରେ ପହଞ୍ଚିଛି।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୮ରେ ପହଞ୍ଚିଛି । ଏହା ମଧ୍ୟରୁ ୯୬୬୩୮୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୧,୧୪୯ ରହିଛି । ସେହିପରି ଦେଶର ମୋଟ ୪୬,୭୪୯,୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୫୯% ରହିଥିବା ବେଳେ ସୁସ୍ଥ ହାର ୮୧.୫୫% ରହିଛି।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ବର୍ତ୍ତମାନ ୭,୧୩୯,୫୫୩ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୩୮୯,୯୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।