ପ୍ରଥମ ମ୍ୟାଚରେ ମୁମ୍ବାଇଠୁ ହାରିଲା କୋଲକାତା

ଆବୁଧାବି: ଆଜି ଆଇପିଏଲ ୨୦୨୦ର ପଞ୍ଚମ ମ୍ୟାଚରେ ପରସ୍ପର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ। ଏଥିରେ ୪୯ ରନ ବ୍ୟବଧାନରେ କୋଲକାତାକୁ ପରାସ୍ତ କରିଛି ମୁମ୍ବାଇ।

ପ୍ରଥମେ ଟସ ଜିତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରୋହିତ ଶର୍ମାଙ୍କ ୮୦ ରନ ଓ ସୂର୍ଯ୍ୟକୁମାର ଯାଦବଙ୍କ ୪୭ ରନ ସାହାଯ୍ୟରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୯୫ ରନ ଟାର୍ଗେଟ ରଖିଥିଲା। ଏହାର ପିଛା କରି ମାତ୍ର ୧୪୬ ରନ କରିପାରିଥିଲା କେକେଆର।

କୋଲକାତା ପକ୍ଷରୁ ପ୍ୟାଟ କମିନ୍ସ ସର୍ବାଧିକ ୩୩ ଏବଂ ଅଧିନାୟକ କାର୍ତ୍ତିକ ୩୦ ରନ କରିଥିଲେ। ବାକି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ପ୍ରଭାବୀ ପ୍ରଦର୍ଶନ ଦେଇପାରିନଥିଲେ। ୨୦୧୮ରୁ ଦଳ ମୁମ୍ବାଇ ବିପକ୍ଷରେ ଥରେ ମାତ୍ର ଜିତିଥିବା ବେଳେ ଆଜିର ମ୍ୟାଚକୁ ମିଶାଇ ୧୦ଟି ମ୍ୟାଚ ହାରିଲା। ଚଳିତ ସିଜିନରେ ମୁମ୍ବାଇକୁ ପ୍ରଥମ ବିଜୟ ଦେଇଥିବା ରୋହିତ ମ୍ୟାନ୍ ଅଫ ଦ ମ୍ୟାଚ ହୋଇଛନ୍ତି।