ଦେଶରେ ନୂଆ ୪୩,୮୯୩ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୮ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯୦ ହଜାର ୩୨୨କୁ ବୃଦ୍ଧି ପାଇଛି। ସେହିପରି କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ୬ ଲକ୍ଷ ୧୦ ହଜାର ୮୦୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୨ ଲକ୍ଷ ୫୯ ହଜାର ୫୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।