ବିହାରର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ପାଟନା : କରୋନା ମଧ୍ୟରେ ବିହାରର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । କରୋନା ମହାମାରୀ ଚାଲୁଥିବା ସମୟରେ ଏହା ଦେଶରେ ପ୍ରଥମ ନିର୍ବାଚନ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ୧୦ଟା ସୁଦ୍ଧା ପ୍ରାୟ ୭.୩୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ମୋଟ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟ ପାଇଁ ମୋଟ ୨ କୋଟି ୧୫ ଲକ୍ଷ ଭୋଟର ଭୋଟ ଦେବେ । ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ପୁରୁଷ ଥିବାବେଳେ ୧ କୋଟି ମହିଳା ଭୋଟର ଅଛନ୍ତି । ଏହା ସହିତ ୫୯୯ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି । ନିର୍ବାଚନ ପୂର୍ବରୁ ଆଜି ଔରଙ୍ଗାବାଦ ଜିଲ୍ଲାରେ କେତେକ ଆଇଇଡି ଜବତ ହୋଇଛି । ଏହାପରେ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର୭ରେ ରହିଛି। ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ।