ଦେଶରେ ୪୬,୨୩୨ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୨୩୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୫୬୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାସହ ୨୪ ଘଣ୍ଟା ମଧ୍ୟରେ ୪୯,୭୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ୯୦୫୦୫୯୮ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୭୨୬ରେ ପହଞ୍ଚିଛି।ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୩୯, ୭୪୭ ରହିଛି । ଏବେ ସୁଦ୍ଧା ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୮, ୪୭୮, ୧୨୪ରେ ପହଞ୍ଚିଛି।

ଅନ୍ୟପଟେ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦, ୦୦୦ କମ୍‌ ସକ୍ରିୟ ଆକ୍ରାନ୍ତ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୨୦ଟି ରାଜ୍ୟରେ ସମୁଦାୟ ପଜିଟିଭ୍‌ ହାର ଜାତୀୟ ହାର ୬.୯୫% ଠାରୁ କମ୍‌ ବୋଲି ରିପୋର୍ଟ କରିଛନ୍ତି।