ଆଜି ବି ଗୃହରେ ହାଜତ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର( ଏସ୍ ନ୍ଯୁଜ): ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ। ଗୃହରେ ଶୀତକାଳୀନ ଅଧିବେଶନରେ ପୁଣି ଉଠିଛି ହାଜତ ମୃତ୍ୟୁ ପ୍ରସଙ୍ଗ। ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା।

ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ ଏଥିନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ସବୁ କାର୍ଯ୍ୟସୂଚୀ ବାତିଲ୍ କରି ମୋସନ ଆକାରରେ ଆଲୋଚନା ଦାବି କରିଛନ୍ତି। ହାଜତ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି ସେ। ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀଦଳ ନେତା।

ସେହିପରି କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏବେ ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି ସେ କହିଛନ୍ତି।

ଅପରପକ୍ଷରେ ଶାସକ ଦଳ ପକ୍ଷରୁ ବିଧାୟକ ଅମର ଶତପଥୀ ଏନେଇ ମତ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।