ତାମିଲ ଷ୍ଟାର କମଲଙ୍କୁ କୋଭିଡ୍‌ ପଜିଟିଭ

ଚେନ୍ନାଇ: ତାମିଲ ଅଭିନେତା କମଲ ହାସନଙ୍କୁ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ସେ ଏଇ ନିକଟରେ ଆମେରିକା ଯାଇ ଫେରିବା ପରେ କରୋନା ସଂକ୍ରମିତ ହୋଇଛନ୍ତି । ସେ ଲେଖିଛନ୍ତି ମୁଁ ଆମେରିକା ଫେରିବା ପରେ ମୋର କାସ ହେଉଥିଲା । ମୁଁ ଯେତେବେଳେ କୋଭିଡ ଟେଷ୍ଟ କରାଇଲି ସେତେବେଳେ ମୋ ରିପୋର୍ଟ ପଜିଟିଭ ଆସିଲା । ସେ ମୁଁ ଚେନ୍ନାଇରେ ଏକ ହସ୍‌ପିଟାଲ୍‌ରେ କ୍ୱାରେଣ୍ଟିନ୍‌ରେ ଅଛନ୍ତି । ଲୋକମାନେ ଜାଣିବା କରିବା ଦରକାର ଯେ କୋଭିଡ୍‌ ଏପର୍ଯ୍ୟନ୍ତ ଯାଇନି । ତେଣୁ ଆମେ ସମସ୍ତେ ସତର୍କତା ଅବଲମ୍ବନ ପାଳନ କରିବା ଦରକାର ବୋଲି ସେ କହିଛନ୍ତି । ଅପରପକ୍ଷରେ ଦେଶରେ ମଧ୍ୟ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୮,୪୮୮ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।