ଆନ୍ଧ୍ରରେ ହେବନି ତିନୋଟି ରାଜଧାନୀ: ଜଗନ

ହାଇଦ୍ରାବାଦ: ଆନ୍ଧ୍ରରେ ହେବନି ତିନୋଟି ରାଜଧାନୀ । ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ଏନେଇ କ୍ୟାବିନେଟର ଜରୁରୀକାଳୀନ ବୈଠକରେ ନିଷ୍ପତ୍ତି ହୋଛନ୍ତି । ଗତ ବର୍ଷ ରାଜ୍ୟରେ ତିନୋଟି ରାଜଧାନୀ ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ଆଇନ ତିଆରି କରାଯାଇଥିଲା । ପୂର୍ବରୁ ଟିଡିପି ସରକାର ଦ୍ୱାରା ୨୦୧୫ରେ ଅମରାବତୀକୁ ରାଜଧାନୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଯାହା ବିରୋଧରେ ଜଗନମୋହନ ସରକାର ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ ରିଜନ ଡେଭଲପମେଣ୍ଟ ଆକ୍ଟ ପ୍ରଣୟନ କରିଥିଲେ । ଏହାରି ଆଧାରରେ ରାଜ୍ୟରେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ବିଧାୟିକା ଆଧାରରେ ତିନୋଟି ରାଜଧାନୀ ବିଶାଖାପାଟଣା, କୁରନୁଲ ଓ ଅମରାବତୀ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏଇ ନିଷ୍ପତ୍ତିକୁ ଆନ୍ଧ୍ର ସରକାର ତିନୋଟି ରାଜଧାନୀ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ।