ପୁଣି କମିଲା ପେଟ୍ରୋଲ-ଡିଜେଲ ଦର

ରାୟପୁର : ଛତିଶଗଡ ସରକାର ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଉପରୁ ଭ୍ୟାଟ ହ୍ରାସ କରିଥିଲେ । ଏନେଇ ବିଭିନ୍ନ ରାଜ୍ୟରେ ଭ୍ୟାଟ ହ୍ରାସ ପ୍ରକ୍ରିୟା ଜାରି ରହିଛି । ବିଳମ୍ବରେ ହେଲେ ସୁଦ୍ଧା କଂଗ୍ରେସ ଶାସିତ ରାଜ୍ୟରେ ତୈଳ ଦର ଉପରୁ ଭ୍ୟାଟ୍‌ ହ୍ରାସ କରୁଛନ୍ତି । ସୋମବାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ହ୍ରାସ କରିଛନ୍ତି ଛତିଶଗଡର ଭୂପେଶ ବଘେଲ । ଡିଜେଲ ଉପରୁ ୨ ଏବଂ ପେଟ୍ରୋଲ ଉପରୁ ୧ ପ୍ରତିଶତ ଭ୍ୟାଟ୍‌ କମାଇଛନ୍ତି ଛତିଶଗଡ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।