ଗମ୍ଭୀରଙ୍କ ଟାର୍ଗେଟରେ ପୂର୍ବତନ କୋଚ ଶାସ୍ତ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ ୩-୦ରେ ନ୍ୟୁଜିଲାଣ୍ଡ ସିରିଜକୁ କ୍ଲିନ୍‌ ସ୍ୱିପ୍‌ କରିଛି । ଏହା ଟି-୨୦ ଅଧିନାୟକ ରୋହିତ ଶର୍ମା ଓ ନୂଆ କୋଚ ରାହୁଲ ଦ୍ରାବିଡଙ୍କ ପ୍ରଥମ ଟି-୨୦ ସିରିଜ୍‌ ବିଜୟ । ତେବେ ଏହି ମ୍ୟାଚ୍‌ ପରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟସମ୍ୟାନ୍‌ ଗୌତମ ଗମ୍ଭୀର ଦ୍ରାବିଡଙ୍କୁ ପ୍ରଶଂସା କରିବା ସହ ଭାରତୀୟ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ଗମ୍ଭୀର କହିଛନ୍ତି ଯେ, ସେ ଶାସ୍ତ୍ରୀଙ୍କ ସମୟରେ ଖେଳି ନାହାଁନ୍ତି । ନିଜେ କେବେ ନିଜକୁ ପ୍ରଶଂସା କରିବା ଅନୁଚିତ । ଲୋକମାନେ ପ୍ରଶଂସା କଲେ ଭଲ ଲାଗେ । ଯେତେବେଳେ ସେମାନେ ବିଶ୍ୱକପ ଜିତିଲେ ସମସ୍ତେ ଦଳକୁ ବିଶ୍ୱର ଶ୍ରେଷ୍ଠ ଟିମ୍‌ କହୁଥିଲେ । ଶାସ୍ତ୍ରୀ ନିଜେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଜିତିଥିବା କହୁଥିଲେ । କିନ୍ତୁ ଦ୍ରାବିଡ ଏହା କେବେ ଏପରି କହିବେ ନାହିଁ । ସେ ଭଲ କରନ୍ତୁ ବା ଖରାପ କରନ୍ତୁ ସଦାବେଳେ ଏକ ସ୍ଥିରତା ବଜାୟ ରଖିବେ । ସେ କହିଛନ୍ତି ଯେ, ରାହୁଲ ଖେଳାଳି ସହ ଜଣେ ଭଲ ମଣିଷ । ସେହିପରି ରୋହିତଙ୍କୁ ଲଗାତର ଭାବେ ସମର୍ଥନ ମିଳୁଛି । ମହେନ୍ଦ୍ର ସିଂ ଧୋନୀ ହୁଅନ୍ତୁ ବା ଆଉ କେହି ସର୍ବଦା ରୋହିତଙ୍କ ପ୍ରତି ଫ୍ୟାନଙ୍କ ସମର୍ଥନ ରହିଛି । ସୂଚନାଯୋଗ୍ୟ, ଦ୍ରାବିଡଙ୍କ କୋଚିଂରେ ଭାରତ ଖେଳିଥିବା ପ୍ରଥମ ଟି-୨୦ ସିରିଜ୍‌ ବିଜୟ ଲାଭ କରିଛି । ଟି-୨୦ ବିଶ୍ୱକପ ପରେ ସେ ଦଳର ଦାୟିତ୍ୱ ନେଇଥିଲେ । ସେହିପରି ରୋହିତ ଶର୍ମାଙ୍କୁ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।