ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୬୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧କୁ ବୃଦ୍ଧି ପାଇଛି ।

ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦କୁ ବୃଦ୍ଧି ପାଇଛି।ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ପାର୍‌ ହୋଇଛି। ଅନ୍ୟପଟେ ଦେଶରେ ୫ ଲକ୍ଷ ୯୪ ହଜାର ୩୮୬ ଜଣ ଚିକିତ୍ସିତ ହେଉଥିବା ବେଳେ ୭୩ ଲକ୍ଷ ୭୩ ହଜାର ୩୭୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।