୫ ଘଣ୍ଟାର ଜେରା ପରେ ଦୀପିକାଙ୍କୁ ଛାଡ଼ିଲା ଏନସିବି

ମୁମ୍ବାଇ: ଡ୍ରଗ ଲିଙ୍କ୍ ମାମଲାରେ ପଚରାଉଚରା ଲାଗି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରିଥିଲା ଏନସିବି। ଆଜି ସେ ଜେରା ପାଇଁ ହାଜର ହୋଇଥିବା ବେଳେ ୫ ଘଣ୍ଟା ଧରି ତାଙ୍କୁ ପ୍ରଶ୍ନ କରିଥିଲା ଏନସିବି।

ଦୀପିକାଙ୍କ ସହ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିବା ସୂଚନା ମିଳିଛି। ଏ ସମୟରେ ଦୀପିକା ଡଗ୍ସ ଚାଟ ସମ୍ପର୍କରେ ସ୍ୱୀକାର କରିଛନ୍ତି। ଏପରିକି ସେହି ହ୍ୱାଟ୍ସଆପ୍ ଗୃପରେ ସେ ଆଡ଼ମିନ ଥିବା ମଧ୍ୟ ମାନିଛନ୍ତି। ଇତିମଧ୍ୟରେ ତାଙ୍କ ଫୋନକୁ ମଧ୍ୟ ଖେଳାଇଥିଲେ ଏନସିବି ଅଧିକାରୀ।