ପ୍ରଥମ ମହିଳା ଆମ୍ବୁଲାନ୍ସ ଚାଳକ

ଚେନ୍ନାଇ: ସେବା ଭିତ୍ତିକ ମନୋଭାବକୁ ନେଇ ପ୍ରଥମ ଥର ପାଇଁ ଦେଶରେ ନିଯୁକ୍ତି ହୋଇଛନ୍ତି ମହିଳା ଆମ୍ବୁଲାନ୍ସ ଚାଳକ । ତାମିଲ୍‌ନାଡୁରେ ପ୍ରଥମ ଥର ପାଇଁ ୧୦୮ ଆମ୍ବୁଲାନ୍ସରେ ଜଣେ ମହିଳା ଡ୍ରାଇଭର୍‌ଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟର ପ୍ରଥମ ମହିଳା ଆମ୍ବୁଲାନ୍ସ ଚାଳକ ହେଉଛନ୍ତି ଏମ୍‌ ବୀରଲକ୍ଷ୍ମୀ। ସେ ଲୋକଙ୍କ ସେବା କରିବାକୁ ଚାହୁଁଥିବାରୁ ସେ ଏହି କ୍ଷେତ୍ରକୁ ବାଛିଥିବା କହିଛନ୍ତି। ସେ ନିଜର ବୟାନ ଦେଇ କୁହନ୍ତି, ‘ଅନେକ ଚାକିରି ଅଛି ଯେଉଁଠାରେ ଆପଣ ଟଙ୍କା ରୋଜଗାର କରିପାରିବେ। କିନ୍ତୁ ମୁଁ ଭାବିଲି ମୋର କାମ ସେବା ଭିତ୍ତିକ ହେବା ଉଚିତ୍। ତେଣୁ ମୁଁ ଏହି କାର୍ଯ୍ୟକୁ ଆପଣେଇଲି ।’

ତାଙ୍କର ପୂର୍ବରୁ ଚେନ୍ନାଇରେ କାମ କରୁଥିବା ଭେରାଲକ୍ସମିଙ୍କର ଟ୍ୟାକ୍ସି ଡ୍ରାଇଭର ଭାବରେ ତିନି ବର୍ଷର ଅଭିଜ୍ଞତା ଅଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ବୀରଲକ୍ଷ୍ମୀ । ଅଟୋମୋବାଇଲ ଟେକ୍ନୋଲୋଜିରେ ଡିପ୍ଲୋମା ଶେଷ କରିଥିବା ବିରଲକ୍ଷ୍ମୀ କୁହନ୍ତି, ‘ମୋ ମାଆ ସବୁବେଳେ ମୋତେ କହି ଆସୁଥିଲେ ଜୀବନରେ କିଛି ବି ଅସମ୍ଭବ ନୁହେଁ ଏବଂ ମୁଁ ତାହାକୁ ସଦା ମନେ ରଖିଥାଏ। ଯେଉଁଥିପାଇଁ ସେ ଏଭଳି ଏକ ବୃତ୍ତିକୁ ଆପଣାଇଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପାଲାନୀସ୍ୱାମୀ ରାଜ୍ୟରେ ୯୦ଟି ଆମ୍ବୁଲାନ୍ସ ଲଞ୍ଚ୍‌ କରିଥିବା ବେଳେ ଆମ୍ବୁଲାନ୍ସରେ ଉନ୍ନତ ଉପକରଣ ରହିଛି। ରାଜ୍ୟରେ ଲଞ୍ଚ୍‌ ହୋଇଥିବା ୯୦ଟି ଆମ୍ବୁଲାନ୍ସ ମଧ୍ୟରୁ ୧୦ଟି ସରକାରୀ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ବେଳେ ଏହାର ମୂଲ୍ୟ ୩.୯ କୋଟି ରହିଛି। ଏହା ବ୍ୟତୀତ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଦ୍ୱାରା ୧.୨୬ କୋଟି ମୂଲ୍ୟର ୧୮ ଟି ଜରୁରୀକାଳୀନ ଆମ୍ବୁଲାନ୍ସ ଦାନ କରାଯାଇଥିବା ସୂଚନା ମିଳିଛି। ସମୁଦାୟ ୯୦ଟି ଆମ୍ବୁଲାନ୍ସର ମୂଲ୍ୟ ୨୦.୬୫ କୋଟି ଟଙ୍କା ବୋଲି ଜଣାପଡିଛି ।