ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ By Shaksi News Last updated Mar 22, 2024 0 ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେବାର କିଛି ଘଣ୍ଟା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ତାଙ୍କ ସରକାରୀ ବାସଭବନରେ ପଶିଥିଲା । ତାଙ୍କୁ ୨ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରାଯାଇଛି । ଗିରଫ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ୍ ନିଆଯାଇଛି । ରାତିରେ ତାଙ୍କୁ ନିଜ ହେପାଜତରେ ରଖିବା ପରେ ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡି । ସେପଟେ ଏହି ଗିରଫଦାରି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ରାତିଅଧରେ ଏହାର ଶୁଣାଣି ହୋଇପାରେ । ନିର୍ବାଚନର କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିବାରୁ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆମ୍ ଆଦମୀ ପାର୍ଟି କର୍ମୀମାନେ କେଜ୍ରିୱାଲଙ୍କ ବାସଭବନ ଆଗରେ ଗିରଫଦାରିର ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 କେଜ୍ରିୱାଲଙ୍କ ଗିରଫ ପୂର୍ବରୁ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ, ଆପ୍ ମୁଖପାତ୍ର ସଞ୍ଜୟ ସିଂହ ଏବଂ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା ଇଡି । ସେପଟେ ଖଣି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା । ଏମାନେ ସମସ୍ତେ ଏବେ ଜେଲ୍ ରେ ଅଛନ୍ତି । କେଜ୍ରିୱାଲଙ୍କୁ ଏହି ମାମଲାରେ ଇଡିରେ ହାଜର ହେବା ପାଇଁ ୯ ଥର ସମନ୍ କରାଯାଇଥିଲା । ମାର୍ଚ୍ଚ ୨୧ ତାରିଖରେ ହାଜର ପାଇଁ ଗତ ରବିବାର ଦିନ ତାଙ୍କୁ ଫ୍ରେସ୍ ସମନ୍ କରିଥିଲା ଇଡି । ମାତ୍ର ଗିରଫଦାରି ଏଡ଼ାଇବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ସୁରକ୍ଷା ମାଗିଥିଲେ । ମାତ୍ର ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରିବାର କିଛି ସମୟ ପରେ ଇଡିର ଏକ ଟିମ୍ ସିଧା ତାଙ୍କ ଘରେ ପଶିଥିଲା । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଇଡିକୁ ଅସ୍ତ୍ରକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଦମନମୂଳକ କାର୍ଯ୍ୟ ବୋଲି ଆପ୍ ସମେତ ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ସେମାନେ କହିଛନ୍ତି । ତେବେ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । Continue Reading Arabind KejriwaldelhiDelhi CM ArrestededEnforcement DepartmentEnforcement DirectorateNew delhiଅରବିନ୍ଦ କେଜ୍ରିୱାଲ 0 Share