ଦିଲ୍ଲୀ: ବିମାନ ଇଞ୍ଜିନରୁ ବାହାରିଲା ନିଆଁ

ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…..

ନୂଆଦିଲ୍ଲୀ: ଶୁକ୍ରବାର ରାତି ପ୍ରାୟ ୯ଟା ୪୫ ମିନିଟରେ ଇଣ୍ଡିଗୋ ଏୟାରଲାଇନ୍ସର ଗୋଟିଏ ବିମାନ ଉଡ଼ାଣ ଆରମ୍ଭ କରୁଥିବା ସମୟରେ ତା’ର ଇଞ୍ଜିନରୁ ନିଆଁ ବାହାରିଥିଲା । ବିପଦ ଆଶଙ୍କା କରି ପାଇଲଟ୍‌ ବିମାନଟିକୁ ରନୱେ ଉପରେ ଅଟକାଇ ଦେଇଥିଲେ । ବିମାନଟିରେ ୧୮୪ ଜଣ ଯାତ୍ରୀ ବସିଥିଲେ । ଯାନ୍ତ୍ରିକ ତ୍ରୁଟି କାରଣରୁ ଇଞ୍ଜିନରେ ନିଆଁ ବାହାରିଥିଲା ବୋଲି ଇଣ୍ଡିଗୋ ଅଧିକାରୀ ସ୍ପଷ୍ଟୀକରଣ ଦେଇଛନ୍ତି ।

ଘଟଣା ସଂପର୍କରେ ଡିଜିସିଏ କହିଛନ୍ତି ଯେ ବିମାନଟି ଉଡ଼ାଣ ଆରମ୍ଭ କରୁଥିବା ବେଳେ ଇଞ୍ଜିନ-୨ରୁ ବିରାଟ ଶବ୍ଦ ଶୁଣିବାକୁ ମିଳିଥିଲା । ଚାହୁଁଚାହୁଁ ଇଞ୍ଜିନରୁ ନିଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । କେଉଁ କାରଣରୁ ଇଞ୍ଜିନରେ ନିଆଁ ଲାଗିଲା; ତା’ର ତଦନ୍ତ ଚାଲିଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।