ଦିଲ୍ଲୀରେ ଲକଡାଉନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଲାଗୁ ହୋଇପାରେ ଲକଡାଉନ । ଦିଲ୍ଲୀର କରୋନା ପ୍ରଭାବିତ ଅଂଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ପୂର୍ବରୁ ସମାରୋହରେ ୨ ଶହ ଲୋକ ସାମିଲ ହୋଇପାରିବେ ବୋଲି ସୂଚନା ରହିଥିଲା । କରୋନା ସଂକ୍ରମ ବଢିବା ଯୋଗୁ ଏହାକୁ ମାତ୍ର ୫୦ ଜଣ ମଧ୍ୟରେ ସିମୀତ କରାଯାଇଛି ।

ଏହାଛଡା ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଅମୁମତି ମାଗିଛନ୍ତି କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସରକାରୀ ଓ ବେସରକାରୀ ହସପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ ରହିଛି । କିନ୍ତୁ କମ ଆଇସିୟ ବେଡ ରହିଛି । ଏଥିପାଇଁ କେନ୍ଦ୍ର ସହାୟତା ଦେଇଛି । କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁ ନଥିବାରୁ ଏ ନେଇ ସତର୍କ କରାଇଛନ୍ତି ଅରବିନ୍ଦ କେଜରିୱାଲ ।