ବିବାଦରେ ବିଜେପି ନେତ୍ରୀ ଲେଖାଶ୍ରୀ ,ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁରୀକୁ ନେଇ ବିଜେପି ନେତ୍ରୀଙ୍କ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ନେଇ ବଢୁଛି ବରୋଧ। ପ୍ରତିଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ ହେଉଛି ଶ୍ରୀକ୍ଷେତ୍ର। ହେଲେ ହେଲେ ଦଳୀୟ ପ୍ରଚାର ଆଗରେ ନିଜ ପରିଚୟକୁ ଭୁଲିଗଲେ ବିଜେପି ନେତ୍ରୀ ।ଲେଖାଶ୍ରୀଙ୍କ ବୟାନ ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ । ଲେଖାଶ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି । ବୟାନକୁ ନେଇ ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଅମର ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି . ଆଗରୁ ଜୟ ପଣ୍ଡା କହିଥିଲେ ଓଡିଶା ପାକିସ୍ତାନ ପରି , ଆଉ ଏବେ ପୁରୀ କଲିକତାର । ଓଡିଶା ଓ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ୍ । ଓଡିଶାର ଜନତା , ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡିଶାବାସୀଙ୍କୁ ଅପମାନ ଦେବାକୁ ଏପରି କାମ କରାଯାଉଥିବା ଟୁଇଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସମାଲେଚନା କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଳେଖଶ୍ରୀଙ୍କ ଉପରେ ବର୍ଷିଛନ୍ତି । ସୁର କହିଛନ୍ତି ପ୍ରଭୁ ଜଗନ୍ନାଥ ହିମାଳୟ । ତାଙ୍କ ଆଗରେ ସମ୍ୱିତ୍ ପାତ୍ର ଧୂଳି ବି ହେବେ ନାହିଁ । ମାଡାମ୍ ଲେଖାଶ୍ରୀ କାହାକୁ କାହା ସହିତ ତୁଳନା କରୁଛନ୍ତି । ତାଙ୍କର ମତିଭ୍ରମ ଘଟିଲାଣି ବୋଲି କହିଛନ୍ତି ସୁର ରାଉତରାୟ । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ଯଦି ଏଭଳି କଥା କହିଛନ୍ତି ତାହେଲେ ଏହା ହାସ୍ୟାସ୍ପଦ । ସେ ଏନେଇ ଦୁଃଖ ପ୍ରକାଶ କରିବା କଥା । ଜଗନ୍ନାଥ ଧାମ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ୱରେ ପରିଚିତ, ସମ୍ବିତ ପାତ୍ର ପାଇଁ ନୁହେଁ ।ଖାଲି ସେତିକି ନୁହେ ଲେଖଶ୍ରୀଙ୍କ ଏହି ବୟାନ ପ୍ରତି ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ବିରୋଧର ସ୍ୱର ଶୁଣିବାକୁ ମିଳୁଛି ।