ନେପାଳ ଯିବାକୁ କେନ୍ଦ୍ର ସରକାରଙ୍କଠୁ ଅନୁମତି ମାଗିଲେ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ଉଦବୋଧନ ଦେବାପାଇଁ କାଠମାଣ୍ଡୁ ଯିବେ । ଆଗାମୀ ସପ୍ତାହରେ ଦିନିକିଆ ଗସ୍ତରେ ନେପାଳ ଯାଇପାରନ୍ତି ଦିଦି । ବିଦେଶ ଯିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ । ସେଥିଲାଗି ଭାରତ ସରକାରଙ୍କ ଅନୁମତି ଲୋଡ଼ାଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଦେଶ ମନ୍ତ୍ରଣାଳୟରୁ ଅନୁମତି ମିଳିଲେ ଆସନ୍ତା ୧୧ରେ ମୁଖ୍ୟମନ୍ତ୍ରୀ ନେପାଳ ଯିବେ । ଗତ କିଛିଦିନ ସେ ଦିଲ୍ଲୀ, ମୁମ୍ବାଇ ଗସ୍ତ ସାରି ଆସିଛନ୍ତି ।