ଖୁବଶୀଘ୍ର ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା!

ନୂଆଦିଲ୍ଲୀ : କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରିବା ଆଶଙ୍କା ଥିବାରୁ କେନ୍ଦ୍ର ସରକାର ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକା ଦେବା ଲାଗି ନେଇ ସମସ୍ତ ବୌଜ୍ଞାନିକ ତଥ୍ୟର ଅନୁଶୀଳନ କରୁଥିବା ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, କୋଭିଡ୍‌ ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଦଳ ଓ ଟିକାକରଣର ଜାତୀୟ ବୌଷୟିକ ଉପଦେଷ୍ଟାମଣ୍ଡଳୀ ବର୍ତ୍ତମାନ ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ଲାଗି ସମସ୍ତ ବୌଜ୍ଞାନିକ ଦିଗ ବିଷୟରେ ତର୍ଜମା କରୁଛନ୍ତି ।