ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ପାକ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡି ଦିଆଯାଇଛି । ଏହି ଘଟଣା ପରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ତାଙ୍କ ଦେଶ ଉପରେ ପ୍ରଶ୍ନ ଉଠାଇବା ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରିଛନ୍ତି । ମାହିରା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଏହାଏକ ଲଜ୍ଜାଜନକ ଘଟଣା, ଯାହା ଶୁଣିବା ପରେ ଘୃଣା ଲାଗୁଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଶା କରୁଛି ଯେ ଆପଣ ଏହି ଘଟଣାର ଉତ୍ତର ଦେବେ ଏବଂ ନ୍ୟାୟ ପ୍ରଦାନ କରିବେ ।

ମାହିରା ନିଜ ଦେଶର ଲୋକଙ୍କ ଟାର୍ଗେଟରେ ଅନେକ ଥର ଆସିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଶାହାରୁଖଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ସ୍ୱପ୍ନ ପରି ଥିଲା । କିନ୍ତୁ ଉରି ଏବଂ ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ କରିବାକୁ ବାରଣ କରାଯାଇଥିବାରୁ ସେ ବଲିଉଡରେ ଅଧିକ ଦିନ ତିଷ୍ଠି ପାରିନଥିଲେ ।