ଓମ୍ରିକନ ସତ୍ତେ୍ୱ ଦକ୍ଷିଣ ଆଫ୍ରିକା ଯିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ : ଓମିକ୍ରନ୍‌ ଭାରିଆଣ୍ଟ ସତ୍ତେ୍ୱ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ ଦଳ । ଏନେଇ ବିସିସିଆଇ ଘୋଷଣା କରିଛନ୍ତି । ଏହି ଗସ୍ତରେ ୩ ଟେଷ୍ଟ, ୩ ଦିନିକିଆ ସହ ୪ଟି ଟି-୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ପରେ ଏହି ଗସ୍ତ ଦ୍ୱନ୍ଦରେ ଥିଲା । କିନ୍ତୁ ବିସିସିଆଇ ଏହାକୁ ନିଶ୍ଚିତ କରିଛି । ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଆସନ୍ତା ୧୭ରୁ ଆରମ୍ଭ ହେବାର ଥିଲା । କିନ୍ତୁ ଓମିକ୍ରନ ପାଇଁ ଏହା ପରିବର୍ତ୍ତନ ହୋଇଛି ।

ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଭାରତ ଗସ୍ତ କେବଳ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ ପାଇଁ ହେବ । ଅନ୍ୟପକ୍ଷରେ ୪ଟି ଟି-୨୦ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି । ଏନେଇ ବିସିସିଆଇ ଦକ୍ଷିଣ ଆଫ୍ରିକା ବୋର୍ଡକୁ ସୂଚନା ଦେଇଛି । ଏହି ଗସ୍ତ ସପ୍ତାହେ ବିଳମ୍ବ ହୋଇପାରେ ବୋଲି ଜଣାପଡିଛି ।