ଆଣ୍ଡାମାନ ନିକୋବରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଆଜି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଭୂକମ୍ପର ତୀବ୍ରତା ୬.୦ । ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେଜ୍ ସୂଚନା ଅନୁସାରେ, ଶନିବାର ଆଣ୍ଡାମାନ ଓ ନିକୋବର ଦ୍ବୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ସଙ୍ଗଠିତ ହୋଇଛି ।