ଗୁଜରାଟରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ :ଗୁଜରାଟରେ ସୌରାଷ୍ଟ୍ର କ୍ଷେତ୍ରର ଅମରେଲୀ ଜିଲାରେ ଶନିବାର ସକାଳେ ୩.୨ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହି ଭୂମିକମ୍ପରେ କୌଣସି ଧନଜୀବନ ନଷ୍ଟ, କ୍ଷୟକ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି। ସକାଳ ୭ଟା ୫୧ ମିନିଟ୍‌‌ରେ ଏହି ଝଟକା ଅନୁଭବ ହୋଇଥିବା ବେଳେ ଏହାର କେନ୍ଦ୍ର ସ୍ଥଳ ଅମରେଲୀ ସହର ଠାରୁ ୪୩ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଭୂମି ଠାରୁ ୩.୨ କିଲୋମିଟର ଗଭୀର ବୋଲି ଜଣାପଡିଛି।