ବିଧାୟକଙ୍କୁ ମହୁମାଛି ଆକ୍ରମଣ

ଆନନ୍ଦପୁର: ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ । ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସାପରେ ବିଧାୟକ ସୁସ୍ଥ ଥିବା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଂଟେଣ୍ଡଣ୍ଟ କହିଛନ୍ତି । ଆଜି ସକାଳେ ବିଧାୟକ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବ୍ଲକ ଅଫିସ ନିକଟରେ ତାଙ୍କୁ ମହୁମାଛିିମାନେ ଆକ୍ରମଣ କରିଥିଲେ ।

ସ୍ଥାନୀୟ ଲୋକ ବିଧାୟକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ବିଧାୟକ ସହ ଅନ୍ୟ ପଥଚାରୀ ମଧ୍ୟ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି । ବ୍ଲକ ଅଫିସ ନିକଟରେ ଏକ ଗଛରେ ମହୁଫେଣା ହୋଇଛି । କେହି ପଥର ମାରିବା ଦ୍ୱାରା ଏହି ମହୁମାଛି ଗୁଡ଼ିକ ଚାରିଆଡ଼େ ବୁଲି ଲୋକମାନଙ୍କୁ ଆକ୍ରମଣ କରିଥିଲେ ବୋଲି ସନ୍ଦେହ କରାଯାଉଛି ।