ଜମ୍ମୁ-କଶ୍ମୀରରେ ଭୂକମ୍ପ: ଥରିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରାୟ ସାଢେ଼ ଗୋଟାଏରେ ଜମ୍ମୁ-କଶ୍ମୀର ସମେତ ଉତର ଭାରତରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜଧାନୀ ନୂଆଦିଲ୍ଲୀ ସମେତ ଆହୁରି କିଛି ସହର ଦୁଲୁକିଛି । ରିକ୍ଟର ସ୍କେଲରେ ୫.୪ ତୀବ୍ରତା ସଂପନ୍ନ ଭୂକମ୍ପ ହୋଇଥିବାର ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହେଉଛି ପଞ୍ଜାବର ପଠାନକୋଟଠାରୁ ଉତରକୁ ପ୍ରାୟ ୯୯ କିଲୋମିଟର ଦୂର ଓ ଭୂପୃଷ୍ଠରୁ ୬୦ କିଲୋମିଟର ଗଭୀରତମ ପ୍ରଦେଶରେ । ଦିନ ପ୍ରାୟ ସାଢେ଼ ଗୋଟାଏରେ ସଂଘଟିତ ଏହି ଭୂକମ୍ପରେ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିନାହିଁ ।

ୟୁରୋପୀୟ ଭୂକମ୍ପ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିବା ଆଉ ଏକ ରିପୋର୍ଟ ଅନୁସାରେ ମଙ୍ଗଳବାର ପ୍ରତ୍ୟୁଷରେ ମ୍ୟାଁମାରରେ ୩.୭ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଥିଲା । ମେ’ ୩୧ ତାରିଖ ଦିନ ମ୍ୟାଁମାରରେ ୫.୭ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଥିଲା । ଜମ୍ମୁ-କଶ୍ମୀରର ଡୋଡ଼ା ଅଂଚଳରେ ଭୂକମ୍ପ ହୋଇଥିଲା । ବିଦ୍ୟାଳୟରେ ପଢ଼ା ଚାଲିଥିବା ସମୟରେ ଭୂକମ୍ପ ହେବାରୁ ପିଲାମାନେ ଭୟରେ ଶ୍ରେଣୀକକ୍ଷରୁ ବାହାରକୁ ଦୌଡ଼ି ପଳାଇଥିଲେ । ଦୋକାନୀମାନେ ଦୋକାନ ବନ୍ଦ କରି ପକାଇଥିଲେ । ପାକିସ୍ତାନ ରାଜଧାନୀ ଇସଲାମାବାଦ ସମେତ ଆହୁରି କିଛି ସହରରେ ଭୂକମ୍ପ ହୋଇଥିବାର ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିବାର ଜଣାପଡ଼ିଛି ।

ପ୍ରତିରକ୍ଷା ବିଭାଗର ତିନୋଟି ବାହିନୀକୁ ସଜାଗ କରାଯାଇଛି । ବାତ୍ୟା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ଥଇଥାନ କାମ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।