ନବୀନଙ୍କୁ ମା’ ଶିଖରଚଣ୍ଡି ଅଡୁଆ

ଭୁବନେଶ୍ୱର: ଶିଖରଚଣ୍ଡୀ ମୁଣ୍ଡିଆକୁ ନଣ୍ଡା କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦା ଗ୍ରୀନ୍‌ ଟ୍ରିବୁନାଲର ଦ୍ୱାରସ୍ଥ ହୋଇଥିଲେ । ବିନା ଗ୍ରାମସଭାରେ ଶିଖରଚଣ୍ଡୀ ପାହାଡ଼ ନିକଟରେ ଗଛକଟା ଯାଉଥିବାରୁ ପରିବେଶପ୍ରେମୀ ପ୍ରତିବାଦ କରିଛନ୍ତି । ଶୁଣିବାକୁ ମିଳେ, ପାହାଡ଼ରେ ବହୁ ଔଷଧୀୟ ଗଛଲତା ରହିଛି । ମୁଣ୍ଡିଆଟି ଚନ୍ଦକା ଜଙ୍ଗଲର ଅଂଶବିଶେଷ ଥିବାରୁ ତା’ର ସବୁଜିମା ନଷ୍ଟ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିଛି ତୋଷାମଦକାରୀ ଏଭଳି କାମରେ ଲିପ୍ତ ଥିବାର ସନ୍ଦେହ କରାଯାଉଛି ।

ଗ୍ରୀନ ଟ୍ରିବୁନାଲ ମାମଲାର ଶୁଣାଣି କରି ଶିଖରଚଣ୍ଡୀ ମୁଣ୍ଡିଆ ନିକଟରେ ଗଛକଟା ବନ୍ଦ କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଏକ ଟିମ ଗଠନ କରିଛନ୍ତି । ଉକ୍ତ ଟିମ ଶିଖରଚଣ୍ଡୀ ପାହାଡ଼ ପରିଦର୍ଶନ କରିବା ପରେ ଟ୍ରିବୁନାଲକୁ ରିପୋର୍ଟ ପ୍ରଦାନ କରିବେ ।

ଗଛକଟା ଅଭିଯାନଟି ନବୀନ ସରକାରଙ୍କ ବିକାଶ ଧାରାର ଗୋଟିଏ ଭାଗ । ରାଜ୍ୟରେ ବିକାଶ ଧାରା କେତେ ବାଟ ଆଗେଇଛି, ତା’ର ବିଚାର ନବୀନ ସରକାର କରିବେ । ମାତ୍ର ବିନାଶର ମାତ୍ରା ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ଆଖିରେ ଜଳଜଳ ଦିଶୁଛି ।