ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି

ପଞ୍ଜାବ: ପଞ୍ଜାବର ଲୁଧିଆନାରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ କାର ଉପରକୁ ପତାକା ଫିଙ୍ଗିଥିଲେ, ଯାହା ତାଙ୍କ ମୁହଁରେ ବାଜିଥିଲା । ସୂଚନାଯୋଗ୍ୟ ଯେ, ଲୁଧିଆନାରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚରଣଜିତ ସିଂହ ଚନ୍ନିଙ୍କ ନାମ ଘୋଷଣା କରିଥିଲେ । କୁହାଯାଉଛି ରାହୁଲଙ୍କ କାର ଉପରକୁ ପତାକା ଫିଙ୍ଗିଥିବା ବ୍ୟକ୍ତି କଂଗ୍ରେସର ନେତା ନଦୀମ ଖାନ । ଅନ୍ୟପକ୍ଷରେ ପତାକା ଫିଙ୍ଗିଥିବା ବ୍ୟକ୍ତି ପୋଲିସ ଗିରଫ କରିବା ସହ ପରେ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି ।