ପ୍ରତି ମାଫିଆ ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି: ପିଏମ୍‌ ମୋଦୀ

ଜୟପୁର: ରାଜସ୍ଥାନର ଏକ ଜନ ସମାବେଶରେ ଯୋଗଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗେହଲଟଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମୋଦୀଙ୍କ ଅଭିଭାଷଣର ସାରାଂଶ ହେଉଛି, କଂଗ୍ରେସ ଶାସନାଧିକ ରାଜ୍ୟରେ ପ୍ରତି ମାଫିଆ ଓ ଆନ୍ଦୋଳନକାରୀ ନିଜକୁ ଜଣେ ଜଣେ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଯାହା ମନକୁ ପାଉଛି, ତାହା କରୁଛନ୍ତି । ରାଜ୍ୟକୁ ଲୁଟିବା ପାଇଁ କଂଗ୍ରେସ ଲାଇସେନ୍ସ ପାଇଯାଇଛି । ମୋଦୀଙ୍କ ଉପରେ ଦେଶବାସୀଙ୍କ ଭରସା ରହିଛି ।

ରାଜସ୍ଥାନର ଭୋଟରମାନେ ଆଗାମୀ ଦିନରେ ଗେହଲଟ୍‌-ପାଇଲଟ୍‌ ସରକାରକୁ ବରଖାସ୍ତ କରିବା ସୁନିଶ୍ଚିତ । ମୋଦୀ ପୁଣି କହିଛନ୍ତି, କଂଗ୍ରେସ ଦଳର କୁଶାସନ ସଂପର୍କୀତ ଲମ୍ବା ତାଲିକା ଏବେ ଆମ ହାତରେ ପଡ଼ିଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପୁଅ ମଧ୍ୟ ଏଥର ନିର୍ବାଚନରେ ତାଙ୍କ ବାପା କ୍ଷମତାକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ସ୍ୱେଚ୍ଛାରେ ଲେଖି ଦେଇଛନ୍ତି । ମୋଦୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଫଳରେ କଂଗ୍ରେସ ଶିବିରରେ କୋଳାହଳ ପଡ଼ିଯାଇଛି ।

କଂଗ୍ରେସ ଲୋକମାନେ ମୋତେ ଦିନରାତି ଗାଳି କରୁଛନ୍ତି । ଗତକାଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋ ବାପାଙ୍କୁ ଗାଳି ଦେଇଛନ୍ତି । ମୋ ବାପା ଆଜକୁ ୪୦ ବର୍ଷ ହେଲା ଇହଧାମରୁ ଚାଲିଗଲେଣି । ତଥାପି ତାଙ୍କୁ ଗାଳିଦେବାକୁ ପଛାଉନାହାନ୍ତି କଂଗ୍ରେସ ମୁଖିଆ । ଖଡ୍‌ଗେଜୀ ଆପଣ ଏମିତି ନଥିଲେ ତ? କ’ଣ ହୋଇଛି ଆପଣଙ୍କର?